Total Pageviews

Thursday, February 9, 2017

ଗରଦପୁର , ୯ ନଂ ଜୋନ ବିଜୟଙ୍କ ଅଭୁତପୂର୍ବ ରୋଡ ସୋ

ପାଟକୁରା, ୦୯/୦୨/୨୦୧୭(ଓଡ଼ିଶା ସମାଚାର)- ଗରଦପୁର ବ୍ଲକର ସମୁଦାୟ ଟି ଜିଲ୍ଲାପରିଷଦ ଜୋନ ମଧ୍ୟରୁ ନଂ ଜୋନରେ ଆଜି ବି.ଜେ.ପି ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଅଭୁତ ପୂର୍ବ ରୋଡ  ସମସ୍ତଙ୍କୁ ଚକିତ କରିଛି ଏହି ରାଲିରେ ନାଁ ସିନେତାରକା ଥିଲେ ନାଁ କୌଣସି ବିଜେପି ଉଚ୍ଚପଦାଧିକାରୀ କେନ୍ଦ୍ରମନ୍ତ୍ରୀ ଥିଲେ  ଏହି ଜୋନରେ ଶ୍ରୀ ମହାପାତ୍ର ଙ୍କ ଘର ବିଗତ ୨୦୦୭ ୨୦୧୨ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନରେ ବିଜେପି ପ୍ରାର୍ଥି ଜୟଯୁକ୍ତ ହୋଇ ଆସୁଛନ୍ତି ଏହି ଜୋନ ଟି ତଲକୁସୁମା , ପଳସୁଧା , ତେଣ୍ଡାକୁଡା , ମଧୁଶାସନ , ବଡବେତରା  ବନ୍ତଳା ପଂଚାୟତକୁ ନେଇ  ଗଠିତ ସମୁଦାୟ ୯୧ ଟି ୱାର୍ଡ ରେ ୩୦ ହଜାରରୁ ଉର୍ଦ୍ଧ ଭୋଟର ତାଙ୍କର ମତଦାନ କରିବେ ଆଜି ବିଜୟଙ୍କ  ରୋଡ ସୋରେ ପ୍ରାୟ ୫୦୦
ରୁ ଉର୍ଦ୍ଧ ବାଇକ ସମତେ ଆନ୍ୟନ ଗାଡି ଗୁଡିକ ଥିଲା ରୋଡ ସୋର ପ୍ରାୟ ନେତା ବିଜୟ ମହାପତ୍ର ଙ୍କୁ ଦେଖିବା ପାଇଁ ଗାଁ ଗାଁ ରେ ଶହ ଶହ ସଂଖ୍ୟାରେ ଆବାଳ ବୃଦ୍ଧ ବନୀତା ଘରୁ ବାହାରି  ଦାଣ୍ଡରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା   ବିଶେଷ ଭାବରେ କହିବାକୁ ଗଲେ ଚଳିତ ନିର୍ବାଚନରେ ସଭ୍ୟ ସରପଂଚ ପାଇଁ ଏହି ଟି ପଂଚାୟତରେ ଯେଉଁ ପ୍ରାର୍ଥିମାନେ ଛିଡା ହୋଇଛନ୍ତି ସେମାନଙ୍କ ମଧ୍ୟରେ ବିଜେଡିର / ଜଣ ଲେଖା  ପ୍ରତିଦ୍ୱନ୍ଦିତା  କରୁଛନ୍ତି  ଯାହାକି ଜିଲ୍ଲାପରିଷଦ ଭୋଟକୁ ପ୍ରଭାବିତ କରିବା ସହିତ ବି.ଜେ.ପି ଆହୁରି ଫାଇଦା ହେବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ଏହି ଜୋନରେ କ୍ରମାଗତ ଭାବରେ ଜିଲ୍ଲାପରିଷଦରେ ଜିତି ଆସୁଥିବା ବିଜେପି ପ୍ରାର୍ଥି ଚଳିତ ନିର୍ବାଚନରେ କିଭଳି ପୁଣି ଜିତାପଟ ନେବେ ସେଥିପାଇଁ ବିଜୟ ମହାପାତ୍ରଙ୍କ ଉଦ୍ୟମ ଜାରି ରହିଥିବା  କୁହାଯାଉଛି   ଓଡ଼ିଶା ସମାଚାର